ଅଗ୍ନିଶମ କର୍ମଚାରୀଙ୍କ ୬ ଦଫା ଦାବି ନେଇ ଆନ୍ଦୋଳନ ଜାରି

(ନରୋତ୍ତମ ପଣ୍ଡା): ଆଜିକୁ ତିନି ଦିନ ହେବ ବାଲଙ୍ଗିର ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ଓଡିଶା ପୋଲିସ କର୍ମଚାରୀମାନଙ୍କ ସହିତ ସମାନ ଦରମା, ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମାଭୁକ୍ତ କରିବା ସହିତ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି କରିବା, ରାଜ୍ୟର ଅନ୍ୟ ସରକାରୀ କର୍ମଚାରୀଙ୍କ ଅଗ୍ନିଶମ କର୍ମଚାରୀମାନଙ୍କ ଡିୟୁଟି ୮ ଘଣ୍ଟା ମୁତୟନ କରିବା , ଖାଲି ପଡିଥିବା ପଦବୀ ତୁରନ୍ତ ପୂରଣ କରିବା । ଯଦି ତୁରନ୍ତ ସରକାର ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରାଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।