ପୁଷ୍ୟ ନକ୍ଷତ୍ର ବୃଷ ଲଗ୍ନରେ ଖୋଲିଲା ବଦ୍ରିନାଥଙ୍କ ଧାମ

ବହୁ ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ବଦ୍ରିନାଥଙ୍କ ଧାମ। ପୁଷ୍ୟ ନକ୍ଷତ୍ର ବୃଷ ଲଗ୍ନରେ ଭୋର ୪ଟା ୧୫ ମିନିଟରେ ବାବାଙ୍କ ଦ୍ଵାର ଫିଟିଛି

(ବଦ୍ରୀନାଥ) : ବହୁ ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ବଦ୍ରିନାଥଙ୍କ ଧାମ। ପୁଷ୍ୟ ନକ୍ଷତ୍ର ବୃଷ ଲଗ୍ନରେ ଭୋର ୪ଟା ୧୫ ମିନିଟରେ ବାବାଙ୍କ ଦ୍ଵାର ଫିଟିଛି। ଏଥିପାଇଁ ଦେବସ୍ଥାନମ ବୋର୍ଡ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା। ବିନା ଶ୍ରଦ୍ଧାଳୁରେ କେବଳ ପୂଜାରୀଙ୍କୁ ନେଇ ଦ୍ଵାର ଫିଟା ନୀତି ହୋଇଥିଲା। ନାରାୟଣ ଫ୍ଲାୱାର ଋଷିକେଶ ଏବଂ ବଦ୍ରି-କେଦାର ପୁଷ୍ପ ସେବା ସମିତି ଋଷିକେଶ ଦ୍ଵାରା ବଦ୍ରିନାଥ ମନ୍ଦିରର ସିଂହଦ୍ୱାର ଏବଂ ବଦ୍ରିନାଥ ଧାମର ଅନ୍ୟାନ୍ୟ ମନ୍ଦିରକୁ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି।
କରୋନା ସଂକ୍ରମଣ କାରଣରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ପୂଜାରୀ, ସାଧୁ, ସନ୍ଥ, ଆଚାର୍ଯ୍ୟ ବ୍ରାହ୍ମଣଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି।