(ବଡ଼ଚଣା / କୀର୍ତିରାଜ ସ୍ୱାଇଁ ) : ଯାଜପୁର ଜିଲ୍ଲା ବଡ଼ଚଣାରେ ଗତକାଲି ବିଜେପି କର୍ମୀ ମାନଙ୍କ ଦ୍ଵାରା ବିକ୍ରମତିରଣ ପଞ୍ଚାୟତ ର ବିଜେଡି ନେତା ଅନନ୍ତ ଧଳ ଙ୍କ ଗାଡି ଭଙ୍ଗାରୁଜା ନେଇ ଅଭିଯୋଗ କରିଥିଲେ । ବଡ଼ଚଣା ବିଜେଡି ପକ୍ଷରୁ ଏତଲା ଦେବା ପରେ ଆଜି ବିଜେପି କର୍ମୀ ଙ୍କ ଗିରଫ ଦାବି ରେ ବଡ଼ଚଣା ବିଜେଡି ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ଆଗରେ ଧାରଣା ଦିଆଯାଇଛି।୧୯ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ବିପିନ ଜେନା ଙ୍କ ନେତୃତ୍ୟୁରେ ବିଜେଡି କର୍ମୀ ମାନେ ଧାରଣା ରେ ବସିଥିଲେ। ଯାଜପୁର ଏସପି ଚରଣ ସିଂହ ମିନା ଥାନା ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ବିଜେଡି କର୍ମୀ ମାନେ ଧାରଣା ରୁ ଓହରିଥିଲେ।