ନିଜର ରୁଦ୍ର ରୂପ ଦେଖାଇଲେ ଖିଲାଡି ଷ୍ଟାର

ଭୟଙ୍କର ଲୁକରେ ଖିଲାଡି ଷ୍ଟାର ଅକ୍ଷୟ କୁମାର।

(ମୁମ୍ବାଇ) : ଭୟଙ୍କର ଲୁକରେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଖିଲାଡୀ କହିଲେ ‘ମୁଁ ଭାଇ ନୁହେଁ, ମୋତେ ଗଡଫାଦର କୁହନ୍ତି।’ ତାଙ୍କର ଏହି ଭୟଙ୍କର ଲୁକ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଏହି ଚରିତ୍ରର ଅନେକ ରୂପ ରହିଛି। ବଚ୍ଚନ ପାଣ୍ଡେ ଆପଣଙ୍କୁ ଡରାଇବା, ହସାଇବା ଏବଂ କନ୍ଦାଇବା, ସବୁ କିଛି ଲାଗି ପ୍ରସ୍ତୁତ ଅଛି, ବାସ୍‌ କେବଳ ଆପଣଙ୍କ ଭଲପାଇବା ଦରକାର।’ ଏଥିସହ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେ ନେଇ ମଧ୍ୟ ଅକ୍ଷୟ ଖୁଲାସା କରିଛନ୍ତି। ଆସନ୍ତା ୧୮ ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବ।