ରୋଡ଼ ରୋମିଓଙ୍କୁ ସାବାଡ଼ କରି ସମ୍ମାନିତ ହେଲେ ବବିତା

(ଆଦର୍ଶ ରାଉତ)ଭୁବନେଶ୍ୱର: ଗତକାଲି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀ ନିକଟରେ ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ବାଇକରେ ଫଲୋ କରି କମେଣ୍ଟ ମାରିବା ସହିତ ଅଶ୍କୀଳ ଇଙ୍ଗିତ କରିଥିଲେ ।
ଫଳରେ ଯୁବତୀ ଜଣଙ୍କ ୨ ଜଣ ରୋଡ଼ ରୋମିଓଙ୍କୁ ଅଟକାଇ ମାଡ଼ ମାରିବା ସହିତ ଉଠବସ କରାଇଥିଲେ । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ଯୁବତୀ ଜଣଙ୍କୁ ପୋଲିସ କମିଶନର ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଭୁବନେଶ୍ୱର ଡ଼ିସିପି ଅନୁପ କୁମାର ସାହୁ ଯୁବତୀ ଜଣଙ୍କୁ ନିଜର ସାହସିକତା ପାଇଁ ସମ୍ମାନିତ କରିଛନ୍ତି ।