ବ୍ୟୁରୋ: ହୁ ହୁ ହୋଇ ବଢିଚାଲିଛି ତେଲ ଦର । ଆଜି ପୁଣି ବଢିଛି ପେଟ୍ରୋଲ ଓ ଡ଼ିଜେଲ ଦର । ସୂଚନା ଅନୁସାରେ, ଦେଶରେ ଆଜି ପେଟ୍ରୋଲ ଓ ଡ଼ିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡ଼ିଜେଲ୍ ୮୦ ପଇସାରୁ ଉଦ୍ଧ୍ୱର୍ ବୃଦ୍ଧି । ଦିଲ୍ଲୀରେ ପେଟ୍ରୋଲ ୧୦୧.୮୧ ଓ ଡ଼ିଜେଲ ୯୩.୦୭ ଟଙ୍କା । ମୁମ୍ବାଇରେ ପେଟ୍ରୋଲ ୧୧୬.୭୨ ଓ ଡ଼ିଜେଲ ୧୦୦.୯୪ ଟଙ୍କା । ଚେନ୍ନାଇ ପେଟ୍ରୋଲ ୧୦୭.୪୫ ଓ ଡ଼ିଜେଲ ୯୭.୯୨ ଟଙ୍କା । କୋଲକାତା ପେଟ୍ରୋଲ ୧୧୧.୩୫ ଓ ଡ଼ିଜେଲ ୯୬.୨୨ ଟଙ୍କା । ଭୁବନେଶ୍ୱର ପେଟ୍ରୋଲ ଓ ଡ଼ିଜେଲ ୮୫ ପଇସା ଲେଖାଏଁ ବୃଦ୍ଧି । ଭୁବନେଶ୍ୱର ପେଟ୍ରୋଲ୧୦୮.୮୨ ଓ ଡ଼ିଜେଲ ୯୮.୫୩ ଟଙ୍କା ।

ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର ୧୦୮ ଟଙ୍କା ୬୫ ପଇସା ଏବଂ ଡ଼ିଜେଲ୍ ଲିଟର୍ ୯୮ ଟଙ୍କା ୪୨ ପଇସାରେ ପହଂଚିଛି । ଗତ ୧୦ ଦିନରେ ୯ ଥର ବଢିଲାଣି ତେଲ ଦର । ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ହେବାର ଲାଗିଛି । ଆଗକୁ ମଧ୍ୟ ଦର ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । । କିଛି ଦିନ ପୂର୍ବରୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତେଲ ଦାମ୍ ଦୀର୍ଘ ୪ ମାସ ପର୍ଯ୍ୟନ୍ତ ଅନରିବର୍ତ୍ତିି ରହିଥିଲା । ନିର୍ବାଚନ ଫଳ ପ୍ରକାଶ ପାଇବା ସହ ସରକାର ଗଠନ ହୋଇଯିବ ପରେ ଗତ ୨୨ ତାରିଖଯରୁ କମ୍ପାନି ଗୁଡିକ ତେଲ ଦର ବଡେଇବାରେ ଲାଗିଛନ୍ତି ।

୨୨ ତାରିଖରୁ ୩୦ ତାରିଖ ମଧ୍ୟରେ ୨୪ ତାରିଖକୁ ଛାଡିଦେଲେ ଅନ୍ୟ ସବୁଦିନ ହର ବୃଦ୍ଧି ହେଉଛି । ଗତ ୯ ଦିନ ହେଲା ଲିଟର ପିଛା ୫ ଟଙ୍କା ୯୫ ପଇସା ବଡିଯାଇଛି । ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ ପାଖାପଖି ୧୧୩ ଡ଼ଲାର ରହିଛି । ଅନ୍ୟପଟେ ତେଲ ଦର ବୃଦ୍ଧି ହେବା ଯୋଗୁଁ ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ମଧ୍ୟ ଦେଖା ଦେଲାଣି । ଏହାର ମୁଖ୍ୟ କାରଣ ରୁଷ ୟୁକ୍ରେନ ଯୁଦ୍ଧ । ମାସରୁ ଉଦ୍ଧ୍ୱର୍ ହେବ ଲାଗି ରହିଛି ଘମାଘଟ ଲଢେଇ । ଟାନ୍ସପୋଟିଙ୍ଗି ହୋଇ ପାରିନଥିବା ଯୋଗୁଁ ଯାହା ଫଳରେ କେବଳ ତେଲ ଦର ନୁହେଁ ଅନେକ ସାମଗ୍ରୀ ଦର ମଧ୍ୟ ବଢିବାର ଲାଗିଛି ।