(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜେଲରେ ବିଚାରାଧୀନ ଥିବା ଜଣେ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କଏଦୀକୁ ଗୁରୁତର ସ୍ଥିତିରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜେଲରେ ଦିଗାମ୍ବର ଖମାରୀ ନାମକ ଜଣେ ବ୍ୟକ୍ତି ବିଚାରାଧୀନ କଏଦୀ ଭାବେ କାଳ କାଟୁଥିଲେ । ତାଙ୍କ ନାମରେ ଯୌତୁକ ନିର୍ଯାତନା ମାମଲା ରହିଛି । କିନ୍ତୁ ଆଜି ଦିଗାମ୍ବର ଏକ ବ୍ଲେଡରେ ତାଙ୍କ ଅଣ୍ଡକୋଷ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହା ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ ମେଡିକାଲକୁ ନେଇଛନ୍ତି ।