ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ

(ଗୋଲାପ ସାହୁ)କଳାହାଣ୍ଡି: ପୋଲିସ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତର ପତ୍ନୀ ପୋଲିସ ଉପରେ କିରାସିନି ଢାଳି ଅଶ୍ଳୀଳ ଭାଷା ରେ ଗାଳିଗୁଲଜ ସହ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଛି। ଏହା ସହ ସାଥିରେ ଯାଇଥିବା ପୋଲିସ ଟିମ ସହ ପୋଲିସ ଗାଡିରେ ମଧ୍ୟ କିରାସିନି ଢାଳି ଦେଇଥିବା ଅଭିଯୋଗ ହୋଇଛି। କୋକସରା ଥାନା କୋକସରା ବଡପଡା ଗଙ୍ଗାରାମ ଖମାରିଙ୍କ ନାମରେ ତାଙ୍କର ପତ୍ନୀ ଫୁଲତୋଳା ଖମାରି କିଛି ମାସ ପୂର୍ବେ ନିର୍ୟ୍ୟାତନା ଦେଉଥିବା ନେଇ ମାମଲା ଦେଇଥିଲେ। ତେବେ ଅଭିଯୁକ୍ତ ହାଜିର ନହେବାରୁ ତାଙ୍କ ନାମରେ ୱାରେଣ୍ଟ ବାହାରି ଥିଲା । ଅଭିଯୁକ୍ତ ପୋଲିସ କୁ ଧରାଛୁଆ ଦେଉ ନଥିବା ବେଳେ ଅଭିଯୁକ୍ତ ଘରେ ଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିବା ବେଳେ ଅଭିଯୋଗ କରିଥିବା ତାଙ୍କ ପତ୍ନୀ ହିଁ ପୋଲିସ କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ପୋଲିସ ଏ ସଂକ୍ରାନ୍ତରେ ସମ୍ପୃକ୍ତ ମହିଳା, ତାଙ୍କ ସ୍ଵାମୀ ଓ ମହିଳା ଙ୍କ ଭାଇ ଓ ମହିଳା ଙ୍କ ପୁଅ କୁ ଅଟକ ରଖି ପରେ ମହିଳା ଥାନା ଅଧିକାରୀ ଙ୍କ ଲିଖିତ ଅଭିଯୋଗ ଓ ସାକ୍ଷୀ ମାନଙ୍କ ବୟାନ କୁ ଭିତ୍ତି କରି ମହିଳା ପୋଲିସ ଙ୍କୁ ମରଣାନ୍ତକ ଆକ୍ରମଣ ରେ ୪ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।