ଶର୍ଦୁଲ ଦେଲେ ଭାରତକୁ ରୌପ୍ୟ

(ରିପୋଟର୍ସ ଟୁଡେ) : ସୌରଭ ଚୌଧୁରୀଙ୍କ ପରେ ଆଉ ଏକ ଉଦୀୟମାନ ସୁଟର ୧୮ ତମ ଏସିଆନ ଗେମ୍ସରେ ଦେଶ ପାଇଁ ପଦକ ଜିତିଛନ୍ତି । ଶର୍ଦୁଲ ବିହାନ ସୁଟିଂର ଡବଲ ଟ୍ରିପ ଇଭେଣ୍ଟରେ ବହୁ ସମୟ ସଂଘର୍ଶ ପରେ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ପ୍ରତିଯୋଗିତାରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା, ମାତ୍ର ଏକ ଅଙ୍କ କମ୍ ହେବାରୁ ସେ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି । ଫାଇନାଲ ମ୍ୟାଚରେ ୧୫ ବର୍ଷର ଶର୍ଦୁଲ ବିହାନ ୭୩ ଅଙ୍କ କରିଛନ୍ତି, ଯେତେବେଳେ କି ସ୍ୱର୍ଣ୍ଣ ପଦକ ହାସଲ କରିଥିବା କୋରିଆ ଖେଳାଳୀ ୭୪ ଅଙ୍କ ସହିତ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ ।

ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ୧୬ ବର୍ଷର ସୌରଭ ଙ୍କ ଭଳି ଶାର୍ଦୁଲ ମଧ୍ୟ ମେରଠ ର ଅଧିବାସୀ ଏବଂ ସେ ମଧ୍ୟ ବହୁତ କମ୍ ବୟଷରେ ଦେଶ ପାଇଁ ପଦକ ଜିତିଛନ୍ତି । ସେ ବହୁତ କମ୍ ବୟଷରେ ବନ୍ଧୁକ ଚାଳନା ସିଖିବା ଆରମ୍ଭ କରିଦେଇଥିଲେ । ସେ ସାତ ବର୍ଷ ବୟଷରେ ରାଇଫଲ ଉଠାଇଥିଲେ । କିନ୍ତୁ ତାଙ୍କର ପ୍ରଥମ ପସନ୍ଦ ଥିଲା କ୍ରିକେଟର ହେବା । ମୋଦିପୁରର ସିୱାୟା ଗଙ୍ଗାରେ ରହୁଥିବା ଶାର୍ଦୁଲ ସକାଳ ୪ଟା ରୁ ଅଭ୍ୟାସ କରିବା ପାଇଁ ପ୍ରତ୍ୟେକ ଦିନ ୧୫୦ କିଲୋମିଟର ଦୂର ଦିଲ୍ଲୀ ଯାଉଛନ୍ତି । ଅଭ୍ୟାସ ସାରି ସେ ସ୍କୁଲ ଯାଆନ୍ତି । ବିହାନ ୧୪ ବର୍ଷ ବୟଷରେ ଶାଁଟଗନ ରାଷ୍ଟ୍ରିୟ ଚମ୍ପିଆନସିପ୍ ରେ ୪ ଗୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।