ଏସିଆନ ଗେମ୍ସ : ନୌକାଚାଳନାରେ ୮ ବର୍ଷ ପରେ ଭାରତକୁ ମିଳିଲା ସ୍ୱର୍ଣ୍ଣ

(ରିପୋଟର୍ସ ଟୁଡେ) : ଏସିଆନ ଗେମ୍ସର ଷଷ୍ଠ ଦିନରେ ଦୁଷ୍ମନ୍ତ ଭାରତକୁ ପ୍ରଥମ ପଦକ ଦେବା ସହ ଆଜି ଦିନର ଶୁଭାରମ୍ଭ କରିଛନ୍ତି । ସେ ପୁରୁଷ ଲାଇଟୱେଟ ନୌକାଚାଳନାର ଏକକ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି କାଂଶ୍ୟ ପଦକ ହାସଲ କରିଛନ୍ତି । ସେ ଫାଇନାଲ ପ୍ରତିଯୋଗିତାରେ ୭ ମିନିଟ ୧୮.୭୬ ସେକେଣ୍ଡର ସମୟ ନେଇଥିଲେ । ଏହାସହିତ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ଦୁଇଟି କାଂଶ୍ୟ ପଦକ ମିଳିଛି । ଦତ୍ତୁ ଭୋକାନଲ, ଓମ୍ ପ୍ରକାଶ, ସ୍ୱର୍ଣ୍ଣ ସିଂହ ଏବଂ ସୁଖମିତ ସିଂ ନୌକାଚାଳନାରେ ୬ ମିନିଟ ୧୭.୧୩ ସେକେଣ୍ଡ ସମୟ ରେ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଏବଂ ପୁରୁଷ ଲାଇଟୱେଟ ଡବଲସ୍ ପ୍ରତିଯୋଗିତାରେ ରୋହିତ କୁମାର ଏବଂ ଭଗବାନ ସିଂ ଭାରତକୁ ବ୍ରୋଞ୍ଜ ପଦକ ଦେଇଛନ୍ତି ।

ଏସିଆନ ଗେମ୍ସ ର ନୌକାଚାଳନାରେ ୮ ବର୍ଷ ପରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଏହା ପୂର୍ବରୁ ୨୦୧୦ ଗ୍ୱାଙ୍ଗଜୁ ଏସିଆନ ଗେମ୍ସରେ ପୁରୁଷ ଏକକ ବିଭାଗରେ ବଜରଙ୍ଗ ଲାଲ ତାଖର ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିଲେ ।