ଆଠଗଡ଼ (ଅଶୋକ ମଲ୍ଲିକ) : ଆଠଗଡ଼ ମହୋତ୍ସବକୁ ନିଆରା କରିବା ଉପଲକ୍ଷେ ଆଠଗଡ଼ ସହରରେ ଏକ ଗଣପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପବିତ୍ର ଶିଶୁ ଦିବସରେ ମହୋତ୍ସବ କମିଟିର ଆହ୍ଵାନ କ୍ରମେ ଏକ ଗଣପଦଯାତ୍ରା ଅନୁଷ୍ଟିତ ହୋଇଥିଲା ।

ଆସନ୍ତା ଡ଼ିସେମ୍ବର ମାସ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆଠଗଡ଼ ମହୋତ୍ସବ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ଆଠଗଡ଼ ମହୋତ୍ସବର ଅୟମାରମ୍ଭ ହୋଇଛି।

ଆଠଗଡ଼ ମାଟିର ପ୍ରତିଭା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଠଗଡ଼ ମାଟିର କଳା ସଂସ୍କୃତି କ୍ରୀଡା ପରମ୍ପରାକୁ ନେଇ ମହୋତ୍ସବ ଅନୁଷ୍ଟିତ ହେବ। ଏହି ଉପଲକ୍ଷେ ଆଜି ଆଠଗଡ଼ ଜଗନ୍ନାଥ ମନ୍ଦିର ,କନ୍ତୋଲ ,ବୀରକିଶୋରପୁର, ଝରଣଛକ ଠାରୁ ବାହାରି ବହୁ ବୁଦ୍ଧିଜୀବୀ ଓ ଆଠଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଗଣପଦଯାତ୍ରା ଆଠଗଡ଼ ସହର ପରିକ୍ରମା କରିଥିଲା ।

ଯାହା ମହୋତ୍ସବ ପଡିଆ ଠାରେ ଶେଷ ହୋଇଛି। ମହୋତ୍ସବ କମିଟିର ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ ପତକା ଉତ୍ତୋଳନ କରି ଆଠଗଡ଼ ମହୋତ୍ସବର ଦ୍ବିତୀୟ ବର୍ଷର ଅୟମାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କମିଟିର ଆବାହକ ହେମନ୍ତ କୁମାର ସ୍ବାଇଁ ନାରୀନେତ୍ରୀ ରଞ୍ଜିତା ଭକ୍ତା ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ପ୍ରଦ୍ୟୁମ୍ନ ରାୟସାମନ୍ତ , ଯଶୋବନ୍ତ ବାରିକ, ଦିଲ୍ଲୀପ ପଟ୍ଟନାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହୋତ୍ସବ କିପରି ସଫଳ ହେବ ନିଜର ମତ ରଖିଥିଲେ ।