ଭୁବନଶ୍ୱେର;ପଣ୍ଡା ପାର୍କ ବସ୍ତିର ନାବାଳକ ଦୈତ୍ୟରଜ୍କୁ ହତ୍ୟା କରିଥିବା ଅଶୋକ ଜେନା କୁ ଗଜପତି ମୋହନା ଜଙ୍ଗଲରୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ସୁଚନା ଅନୁସାରେ ଅଶୋକ ଜେନା ନିଜ ଘରେ ୩୫ହଜାର ଟଙ୍କା ରଖି ଗାଧେଇବାକୁ ଯାଇ ଫେରିବା ବେଳକୁ ରଖା ଯାଇଥିବା ଟଙ୍କା ଟେବୁଲ୍ ଉପରେ ନଥିଲା। ସେହି ସମୟରେ ଦୈତ୍ୟରାଜ୍ ଘରକୁ ଯାଇଥିବାରୁ ଟଙ୍କା ନେଇଥିବା ସନ୍ଦେହ କରି ଅଶୋକ ଦୈତ୍ୟରାଜ ର ତଣ୍ଟୀ ଚିପି ହତ୍ୟା କରିଥିବା ଜଣା ପଡ଼ିଛି। ହତ୍ୟା ପରେ ଅଶୋକ ଘଟଣାକୁ ଲୁଚାଇବା ସହ ଏହାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଚେଷ୍ଟା କରିଥିବା ସୂଚନା ଦେଇଛନ୍ତି ଜୋନ ଏସିପି ।