ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଆଦିବାସୀ ବସ୍ତି ଓ ରେଢୁଆ କଲେଜରେ ଆର୍ଟ ଅଫ ଗିଭିଙ୍ଗ ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଆର୍ଟ ଅଫ ଗିଭିଙ୍ଗର ଜ଼ିଲ୍ଲା ସଂଯୋଜକ ବିଜୟ କୁମାର ସ୍ୱାଇଁଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

କୀଟକୀମସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆର୍ଟ ଅଫ ଗିଭିଙ୍ଗ ତ୍ରୟୋଦଶତମ ଦିବସ ପାଳନର ଲକ୍ଷ ଓ ଏହାର ଚଳିତ ବର୍ଷର ଶୀର୍ଷକ ସେୟାର ଟୁ ସାଇନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଉପହାର , ଆଦିବାସୀ ମହିଳାମାନଙ୍କୁ ଶାଢ଼ୀ ,ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ଆଦି ଆର୍ଟ ଅଫ ଗିଭିଂ ତରଫରୁ ବଣ୍ଟନ କରାଯାଇଥିଲା ।ଶେଷରେ ସ୍ଥାନୀୟ ଆଦିବାସୀମାନେ ନିଜର ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ।
