ଅନୁଗୋଳ / ସୁଧାକର ସାହୁ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ମୋଟର ସାଇକେଲ ଚୋରି କରୁଥିବା ୭ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ପୋଲିସ। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଅନୁଗୋଳର ରାଜକିଶୋର ଭୋଇ, ବରୁଣ ବାରିକ, ଜିତେନ୍ଦ୍ର ପ୍ରଧାନ, ସୁକାନ୍ତ ଭୋଇ, ଟୁକୁନା ମଲ୍ଲିକ , ନିରାକାର ଜେନା ଓ ବଲାଙ୍ଗୀରର ଟୁଟୁ ନାୟକ ବୋଲି ଜଣାପଡିଛି। ସେମାନଙ୍କ ନାଁରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ମାର୍ଚ୍ଚ ୧୯ରେ ଅନଗୁଳ ସଦର ଥାନା ଅଧୀନ ଅଙ୍ଗାରବନ୍ଧ ଗ୍ରାମର ଭୁବନ ନାହର ଫ୍ୟାକ୍ସି ସାମ୍ନାରେ ଗାଡ଼ି ରଖି କାମ କରିବାକୁ ଯାଇଥିବା ବେଳେ ତାଙ୍କ ବାଇକ (OR-19-N-4086) ଚୋରି ହୋଇଥିଲା। ଏ ନେଇ ସେ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ସେହିପରି ମାର୍ଚ୍ଚ ୧୧ରେ ଅନଗୋଳ ସଦର ଥାନା ଅଧୀନ ଚଣାମୁଣ୍ଡା ନୂଆସାହି ଗ୍ରାମର ଟିଭୂ ଭୁତିଆଙ୍କ ବାଇକ (OD-19-F-1026) ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼lଉ କରି ବାଇକ ଉଦ୍ଧାର କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।