ଭୁବନେଶ୍ୱର ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ସିଧାସଳଖ ନବୀନ ନିବାସ ଯିବା ନେଇ ସୂଚନା ମିଳିଛି । ବିଶେଷ କରି ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ନେଇ ରହିଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଦୀର୍ଘଦିନ ଦିନ ହେବ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଦୀର୍ଘ ଦିନ ହେଲାଣି ଲାଗି ରହିଛି । ଏପରିକି ଅନେକ ସମୟରେ ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହେଉଛନ୍ତି ପ୍ରଶାସନିକ ଅଧିକାରୀ । ଏପରିକି ଆନ୍ଧ୍ର ମଧ୍ୟ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଛି । ଉଭୟ ରାଜ୍ୟର ସୀମାରେ ଥିବା ୨୧ ଟି ଗାଁକୁ ନେଇ ବିବାଦ ଲାଗି ରହିଛି । ଏପରିକି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ତେଣୁ ଉଭୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନାର ରାସ୍ତା ବାହାରି ପାରେ ବୋଲି ଆଶା କରାଯାଉଛି ।