ଲକ୍ଷେ୍ନø: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦିଗ୍ଧ ଅବସ୍ଥ।।ରେ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଚଳାଇଛି । ସୁଇସାଇଡ ଚିଠିରେ ଉଲ୍ଲେଖ ଥିବା ଆନନ୍ଦ ଗିରିଙ୍କୁ ପୁଲିସ ଗିରଫ କରି ନେଇଛି । ଏହା ପରେ ଆଉ ଜଣେ ମହନ୍ତ ଆନନ୍ଦ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ।
ନୋଇଡାର ବ୍ରହ୍ମଚାରୀ କୁଟୀର ସ୍ୱାମୀ ଓମ ଭାରତୀ ଅ।।ନନ୍ଦ ଗିରିଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଆନନ୍ଦ ଗିରି ଜଣେ ଡିଷ୍ଟ୍ରିସୁଟର । ଲକଡାଉନ ସମୟରେ ଆନନ୍ଦ ଗିରି ନୋଏଡ।।ର ସେକ୍ଟର ୮୨ରେ ଥିବା ବ୍ରହ୍ମଚାରୀ କୁଟୀର ଉପରେ କବଜା କରିବାକୁ ଚେଷ୍ଟା କରିଥିଲା । ସେତେବେଳେ ଆନନ୍ଦ ନିଜକୁ ପ୍ରଥମ ମହନ୍ତ କହିଥିଲେ । ଏହାକୁ ନେଇ ସେ ଏଫଆଇଆର ଦାୟର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଏଫଆଇଆର ଗ୍ରହଣ କରିନଥିଲା ପୁଲିସ । ଏହା ପରେ ସେ ନରେନ୍ଦ୍ର ଗିରିଙ୍କୁ ସମସ୍ତ ବିଷୟରେ କହିଥିଲେ ଓ ଆନନ୍ଦ ସ୍ୱାମୀ କୁଟୀର ଉଫରୁ ଲୋଳୁପ ଦୃଷ୍ଟି ହଟାଇଥିଲେ ।
ନରେନ୍ଦ୍ର ଗିରିଙ୍କ ଚିଠିରେ ସେ ଆନନ୍ଦଙ୍କ ନାମ ଉଲ୍ଲେଖ କରିଛନ୍ତି । ଆନନ୍ଦ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଚଠିରେ କହିଛନ୍ତି । ତେଣୁ ଆନନ୍ଦଙ୍କୁ ପୁଲିସ ଗିରଫ କରିଛି ।