ଚଳିତ ବର୍ଷ ବିବାହ କରିବେ ନାହିଁ ଆଲିଆ-ରଣବୀର

ବଲିଉଡର ମୋଷ୍ଟ ହଟ୍‌ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହକୁ ଦର୍ଶକ ଅପେକ୍ଷା କରି ଚାହିଁ ରହିଛନ୍ତି ।

(ମୁମ୍ବାଇ) : ବଲିଉଡର ମୋଷ୍ଟ ହଟ୍‌ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହକୁ ଦର୍ଶକ ଅପେକ୍ଷା କରି ଚାହିଁ ରହିଛନ୍ତି । ଚଳିତ ବର୍ଷ ଡିସେମ୍ବରରେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ ଏହା ଅଟକିଯାଇଛି । ଆସନ୍ତା ବର୍ଷ ଏହି ଦୁଇ ଲଭବାର୍ଡ ବିବାହ କରିପାରନ୍ତି ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ତେବେ ଶୁଣିବାକୁ ମିଳୁଛି ଯେ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପୁଣି ସ୍ଥଗିତ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଏହି ଦମ୍ପତି ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ବୋଲି ଦର୍ଶାଯାଇଛି। ଉକ୍ତ ପୋଷ୍ଟରେ ଅନେକ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ଦୁଇ ଯୋଡି ବିବାହ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି।