ଟୀକା ନ ନେଇଥିବା ଲୋକ କିଣିପାରିବେନି ମଦ
ଆଲିଗଡରେ ବିଷାକ୍ତ ମଦ ଘଟଣା ପରେ ୟୁପି ପ୍ରଶାସନ ଏବଂ ପୋଲିସ ସମ୍ପୂର୍ଣ୍ଣ ସକ୍ରିୟ ହୋଇଛନ୍ତି। ଏସଡିଏମ କରୋନା ସଂକ୍ରମଣକୁ ରୋକିବା ପାଇଁ
(ଉତ୍ତରପ୍ରଦେଶ) : ଆଲିଗଡରେ ବିଷାକ୍ତ ମଦ ଘଟଣା ପରେ ୟୁପି ପ୍ରଶାସନ ଏବଂ ପୋଲିସ ସମ୍ପୂର୍ଣ୍ଣ ସକ୍ରିୟ ହୋଇଛନ୍ତି। ଏସଡିଏମ କରୋନା ସଂକ୍ରମଣକୁ ରୋକିବା ପାଇଁ ବିନା ପ୍ରମାଣପତ୍ରରେ କାହାକୁ ମଦ ବିକ୍ରୟ ନକରିବାକୁ କଣ୍ଟ୍ରାକ୍ଟରମାନଙ୍କୁ କହିଛନ୍ତି। ଏଥିପାଇଁ ସେ ପର୍ଯ୍ୟାୟକ୍ରମେ ଦୋକାନଗୁଡ଼ିକୁ ମଧ୍ୟ ଯାଞ୍ଚ କରିବେ ।
ସୂଚନାନୁଯାୟୀ , ଠିକା ସଞ୍ଚାଳକ ଏବଂ ବିକ୍ରେତାମାନଙ୍କୁ ୪୫ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ମଦ-ବିୟର ସେତେବେଳେ ଦେବେ ଯେତେବେଳେ ସେମାନେ କରୋନା ଟିକା ନେଇଥିବାର କାର୍ଡ ଦେଖାଇବେ। ଟୀକା ନ ନେଇଥିବା ଲୋକଙ୍କୁ ମଦ ଦିଆଯିବ ନାହିଁ। ଏହା ସହିତ ସେମାନେ ଏହି ବିଷୟରେ ମଦ ଦୋକାନରେ ପୋଷ୍ଟର ମଧ୍ୟ ଲଗାଇବେ। ।