୧୫ରୁ ପ୍ରଭୁ ଅଲାରନାଥଙ୍କ ଅଣବସର ଦର୍ଶନ

ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ।

(ବ୍ରହ୍ମଗିରି) : ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅଣବସର ଦର୍ଶନ । ଚଳିତ ବର୍ଷ କୋଭିଡ୍ କଟକଣା ହଟି ଯାଇଛି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଅଣବସର ଦର୍ଶନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ  ।

ଶୃଙ୍ଖଳିତ ଦର୍ଶନ , ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବ୍ୟାରିକେଡ୍  ନିର୍ମାଣ ଓ ନୀତିକାନ୍ତି ସେବାପୂଜା ସମ୍ପର୍କରେ ଆଲୋଚନା ବୈଠକରେ ହୋଇଛି  । ଦୀର୍ଘ ୨ ବର୍ଷ ହେବ ପ୍ରଭୁ ଅଲରାନାଥଙ୍କ ଅଣବସର ଦର୍ଶନ କରି ପାରି ନ ଥିବା ଶ୍ରଦ୍ଧାଳୁ ଏଥର ପ୍ରଭୁଙ୍କ ଦର୍ଶନ ନିମନ୍ତେ ବେଶ ଉତ୍ସାହିତ ଅଛନ୍ତି।  ଏହାକୁ ଦୃଷ୍ଟିରେ ରଖି ପୋଲିସ  ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

ସୂଚନାଯୋଗ୍ୟ, ଜୁନ ୧୪ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଥିବା ବେଳେ ୧୫ ତାରିଖରୁ ଆରମ୍ଭ ହେବ ପ୍ରଭୁ ଅଲାରନାଥଙ୍କ ଅଣବସର ଦର୍ଶନ। ୧୦୮ ଶୁଭାଷିତ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହେବେ ମହାପ୍ରଭୁ । ତେଣୁ ୧୪ ଦିନ ଧରି ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିବ ବ୍ରହ୍ମଗିରିର ଅଲାରନାଥ ପିଠ। ରତନ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ନପାଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ ।