ରିଲିଜ ହେଲା ଅପ୍‌କମିଂ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର

ରିଲିଜ ହେଲା ଅପ୍‌କମିଂ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର।

(ମୁମ୍ୱାଇ) : ରିଲିଜ ହେଲା ଅପ୍‌କମିଂ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର। ଏଥର ବଡେ ମିୟାଁ ସାଜିବେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଆଉ ଛୋଟେ ମିୟାଁ ହୋଇ ତାଙ୍କ ସାଥ୍‌ ଦେବେ ଆକ୍ସନ ଷ୍ଟାର ଟାଇଗର ସ୍ରଫ। ‘ବଡେ ମିୟାଁ, ଛୋଟେ ମିୟାଁ’ର ରିଲିଜ ହୋଇଥିବା ଏହି ଟିଜର ଏବେ ସୋଶାଲ ମିଡିଆରେ ହଇଛଇ ସୃଷ୍ଟି କରିଛି।

ସୂଚନାନୁଯାୟୀ , ଏହି ଫିଲ୍ମଟିକୁ ଜ୍ୟାକି ଭଗନାନିଙ୍କ ବ୍ୟାନ୍‌ର ତଳେ ତିଆରି କରାଯାଉଛି। ଅଲ୍ଲି ଅବ୍ବାସ ଜାଫର ଏହି ୩୦୦ କୋଟି ଟଙ୍କାର ମେଗା ବଜେଟ୍‌ ଫିଲ୍ମକୁ ନିର୍ଦ୍ଦେଶନା ଦେବା ପାଇଁ ଦାୟିତ୍ୱ ନେଇଛନ୍ତି। ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ଏହି ଫିଲ୍ମଟି ରିଲିଜ ହେବ। ଏହି ଫିଲ୍ମର ଟିଜରକୁ ଟାଇଗର ସ୍ରଫ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ପୋଷ୍ଟରେ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପଟାନି କମେଣ୍ଟ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ୟୁ ଆର୍‌ ହଟ୍‌…।’