କରୋନା ଆତଙ୍କ : ଉପଜିଲ୍ଲାପାଳଙ୍କ ଅଚାନକ ଆହର କେନ୍ଦ୍ର ପରିଦର୍ଶନ

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର ): ଗଂଜାମ ଜିଲ୍ଲା ନୁହେଁ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। କରୋନା ମୁକାବିଲା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି। ଏପରିସ୍ଥଳେ ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲ ନିକଟରେ ଥିବା ଏକ ଆହାର କେନ୍ଦ୍ରକୁ ଆଜି ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଚାନକ ପରିଦର୍ଶନରେ ଯାଇ ଯାଞ୍ଚ କରିଛନ୍ତି। ଆହାର କେନ୍ଦ୍ରରେ ଥିବା ସାନିଟାଇଜର ଠିକ୍ ଅଛି କି ନାହିଁ ଯାଞ୍ଚ କରିବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ। ଆହାରକେନ୍ଦ୍ର ସଫାସୁତରା ରଖିବା ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ କହିଛନ୍ତି । ଏହି ଗସ୍ତ ସମୟରେ ଛତ୍ରପୁର ଏନ୍ଏସି ନିର୍ବାହୀ ଅଧିକାରୀ ବିକ୍ରମ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।