କିମଙ୍କ ପରେ ଝିଅ ହେବେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଗମ୍ଭୀର ରୋଗରେ ପୀଡିତ । ତାଙ୍କ ପରେ ତାଙ୍କ ଝିଅ ସମ୍ଭାଳିବେ ଦେଶ । ବାପାଙ୍କ ଅସୁସ୍ଥତା ପାଇଁ ତାଙ୍କୁ ଶାସନର ତାଲିମ ଦିଆଯାଉଥିବା ଦକ୍ଷିଣ କୋରିଆର ଏକ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି । ଖୁବ ଶୀଘ୍ର ଝିଅ ଶାସନ ଭାର ହାତକୁ ନେବା ନେଇ ଏହି ଗୁଇନ୍ଦା ରିପୋର୍ଟ ଆଧାରରେ ଚର୍ଚ୍ଚା ଜୋରଧରିଛି ।
କିମ ଜୋଙ୍ଗ ଉନଙ୍କ ପରିବାର ଉତ୍ତର କୋରିଆରେ ପ୍ରାୟ ୮୫ ବର୍ଷ ହେବ ଶାସନ କରି ଆସୁଛି । ୧୯୪୦ରେ ପ୍ରଥମ କରି ଏହି ପରିବାର ଆସିଥିଲା କ୍ଷମତାକୁ । ଏହା ପରଠାରୁ କ୍ଷମତା ଉନଙ୍କ ପରିବାର ହାତରେ ରହିଛି । ଆଗକୁ ଉନଙ୍କ ଝିଅ କିମ ଜୋଙ୍ଗ ଉନ ଜୁଏ ଦେଶ ଶାସନ କରିବେ । ତେବେ ଏହି ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଜୁଏ ପ୍ରଥମ ଥର ପାଇଁ ଦୁଇ ବର୍ଷ ତଳେ ସର୍ବସାଧାରଣକୁ ଆସିଥିଲେ ।
ଏହି ପ୍ରସଙ୍ଗରେ ସାଂସଦ ଲି ସେଙ୍ଗ କ୍ୱିନ କହିଛନ୍ତି କିତ ଜୁଏଙ୍କୁ ଉତ୍ତରାଧିକାରୀ ଭାବେ ଇଣ୍ଟେଲିଜେନ୍ସ ସର୍ଭିସ ଗ୍ରହଣ କରିସାରିଛି । ଏଥିପାଇଁ ତାଙ୍କୁ ଉନଙ୍କ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ ହେବାକୁ ହେଉଛି । କିମଙ୍କ ମାତ୍ରାଧିକ ଓଜନ ବୃଦ୍ଧିକୁ ନେଇ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଉଠିଛି ପ୍ରଶ୍ନ । ଏବେ କିମଙ୍କ ଓଜନ ୧୪୦ କେଜି ହେଲାଣି । ତାଙ୍କୁ ହୃଦଘାତ ହେବାର ଆଶଙ୍କା ରହିଛି । ଆହୁରି ବ୍ଲଡ ପ୍ରେସର ଓ ଡାଇବେଟିସରେ ମଧ୍ୟ ଆକ୍ରାନ୍ତ ହେଲେଣି କିମ । ତେଣୁ ତା ପୂର୍ବରୁ ସେ ଝିଅକୁ କ୍ଷମତାର ସତରଞ୍ଜରେ ମୋହରା ଚଳାଇବାର କଳା ଶିଖୁଛନ୍ତି । ତାଲିମ ସରିବା ପରେ କିମ କୌଣସି ସମୟରେ ଝିଅକୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରି ପାରନ୍ତି ।