ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ଖୋର୍ଦ୍ଧା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ପୁରୁଣା ବିଲ୍ ପାସ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିବେଦିତା । ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଘରୁ ଲା୍ଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ନିବେଦିତା ମହାନ୍ତିଙ୍କ ଘରେ ସମେତ ଅନ୍ୟ ଦୁଇଟି ଠିକଣାରେ ରେଡ କରିଛି ଭିଜିଲାନ୍ସ। ଚଢାଉ ସମୟରେ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ତାଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । କିଛି ଦିନ ତଳେ ଜଟଣୀ ବ୍ଲକରେ ପିସି କାରବାରକୁ ନେଇ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ମତଭେଦ ହୋଇଥିଲା।