(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଦିନ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଆଦିତ୍ୟ ଠାକରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଦିତ୍ୟ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ପାଦ ଦେଇଛନ୍ତି । ତାଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ କୁହାଯାଉଛି, ମହାରାଷ୍ଟ୍ର ଖୁବ ଶୀଘ୍ର ଶିବସେନାର ମୁଖ୍ୟମନ୍ତ୍ରୀ ପାଇବ ।
ୱର୍ଲି ମୁମ୍ବାଇ ପାଇଁ ଆଦିତ୍ୟ ନାମାଙ୍କନ ଭରିଛନ୍ତି । ଆଦିତ୍ୟ କହିଛନ୍ତି, ମହାରାଷ୍ଟ୍ର ଖୁବ ଶୀଘ୍ର ଜଣେ ଶିବସେନା ମୁଖ୍ୟମନ୍ତ୍ରୀ ପାଇବ । ଲୋକଙ୍କ ଅନୁଯାୟୀ ରାଜ୍ୟ ସେବା କରିବେ । ଆଦିତ୍ୟ ହେଉଛନ୍ତି ଉଦ୍ଧବ ଠାକରେଙ୍କ ବଡ ପୁଅ ।