ଜଳେଶ୍ୱର(ଅଜିତ କୁମାର ସାହୁ): ରଘୁନାଥପୁର ଗ୍ରାମ ପଞ୍ଚାୟତରେ ଚକଅର୍ଯୁନି ଗ୍ରାମରେ ଉଚ୍ଛେଦ। ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ଥିବା ସରକାରୀ ଜାଗାରେ ଦୀର୍ଘଦିନ ହେବ ଭୂମିହୀନ ଗରିବ ଅନୁସୂଚିତ ଜନଜାତିର ଲୋକ ବସବାସ କରିଆସୁଥିଲେ। ଏନେଇ ଗ୍ରାମ ବାସି ନ୍ୟାୟ ପାଇ ହାଇକୋର୍ଟର ଆଶ୍ରୟ ନେଇଥିଲେ। ତେବେ ହାଇକୋର୍ଟ , ଜିଲ୍ଲା ପ୍ରଶାଶନ ଓ ତହସିଲକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲ ଦାର କାର୍ତ୍ତିକ କୁମାର ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଉଚ୍ଛେଦ କରିଛନ୍ତି। ଏଥିରେ ତହସିଲ ପ୍ରିଶାସନ ପକ୍ଷରୁ ଏନ ଫୋର୍ସମେଣ୍ଟ ଟିମ୍ ଓ ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।