ଭୁବନେଶ୍ୱର: ବାତ୍ୟା ପାଇଁ ବ୍ୟାପକ ଟ୍ରେନ ବାତିଲ ଘୋଷଣା । ମୋଟ 178 ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩ , ୨୪ ଏବଂ ୨୫ ମଧ୍ୟରେ ମୋଟ 178 ଟ୍ରେନ ବାତିଲ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ୍ ଏବଂ ପୁରୀରୁ ବିଭିନ୍ନ ରାଜ୍ୟକୁ ଓଡିଶା ସୀମାନ୍ତ ଦେଇ ଯାଉଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।