ବ୍ଲାକମେଲିଂ କରି ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): କାର୍ଯ୍ୟରତ ଜଣେ ମହିଳାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରିଥିବା କମ୍ପାନୀ ମାଲିକଙ୍କ ନାମରେ ଅଭିଯୋଗ ହୋଇଛି । ରାଉରକେଲାର ଛେଣ୍ଡି କଲୋନୀରେ ଥିବା ଏକ କମ୍ପାନୀରେ ଏହି ଘଟଣା ଘଟିଥିବା ଜଣାପଡିଛି । ସମସ୍ତଙ୍କ ଅନୁପସ୍ଥିତିରେ ମହିଳାଙ୍କୁ ବାରମ୍ବାର କମ୍ପାନୀ ମାଲିକ ବଳତ୍କାର କରିଥିବା ପୀଡିତା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଅନୁଯାୟୀ କୌଣସି ଏକ ଦିନରେ କମ୍ପାନୀରେ ମହିଳାଙ୍କୁ ଏକା ପାଇ ମାଲିକ ଜଣକ ଜୋର ଜବରଦସ୍ତ ବଳତ୍କାର କରିଥିଲେ । ଏହାସହ ଭିଡିଓ ଓ ଫୋଟ ମଧ୍ୟ କରି ରଖିଥିଲେ । ଏହି ଫୋଟ ଭିଡିଓ ଭାଇରାଲ କରି ଦେବାକୁ କହି ମାଲିକ ଜଣକ ବହୁ ଥର ପୀଡିତାଙ୍କୁ ବଳତ୍କାର କରିଛନ୍ତି । ଏହା ଅସହ୍ୟ ହେବାରୁ ପୀଡିତା ମହିଳା ଜଣକ ରଘୁନାଥପାଲ୍ଲୀ ଥାନାରେ ଗତକାଲି ରାତିରେ ଅଭିଯୋଗ କରିଛନ୍ତି । ମହିଳାଙ୍କୁ ଏକ ଫେକ ଫେସବୁକ ଆକାଉଣ୍ଟ ଖୋଲି ଭିଡିଓ ଓ ଫୋଟ ଭାଇରାଲ କରିବା ନେଇ ମହିଳାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ପୀଡିତା ।