ସୋନପୁର(ଓମପ୍ରକାଶ ମିଶ୍ର) ଓଡିଶା ରାଜ୍ୟ ବିଭାଗର ଜେଇ, ଡ଼ି ଟିଏମ ଓ ସୁବର୍ଣ୍ଣପୁର ସଡ଼କ ପରିବହନ ନିଗମର ଏକ ଉଚ୍ଚ ସ୍ତରୀୟ ଆଞ୍ଚଳିକ ପରିବହନର ଦଶ ଜଣିଆ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି। ସୋନପୁର ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସାମିଲ ରହିଥିଲେ। ପ୍ରଥମେ ଗସ୍ତ କରି ନିର୍ମାଣ ହେବାକୁ ଥିବା ରାଜ୍ୟ ସରକାର ସୋନପୁର ଜିଲ୍ଲା ସମସ୍ତ ବ୍ଳକ ତଥା ଉଲୁଣ୍ଡା, ବୀରମହାରାଜପୁର , ବିନିକା, ତରଭା ବ୍ଲକ ଗସ୍ତ କରି ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ସାଇଟ ସବୁର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏ ଏସ ଓ ଏସ ଡ଼ି (ଓଏସଆରଟିସି)ର ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରି ପ୍ଲାନ ର ମୁଖ୍ୟ ଦୀପ୍ତି ରାଣୀ ମହାପାତ୍ରଙ୍କ ଏହି ଟିମ ରେ ପ୍ରସ୍ତୁତି କରିଛନ୍ତି । ସବୁ ବ୍ଲକରେ ସ୍ଥାନୀୟତହସିଲଦାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ । ସୁବର୍ଣ୍ଣ ପୁର ଜିଲ୍ଲାପାଳ ଓ ଉଭୟ ଜନ ପ୍ରତିନିଧି ମାନଙ୍କ ଏଇ ଉଦ୍ୟମ ଓ ସରକାରଙ୍କ ଏଇ ଜନହିତକର ନୂତନ ଯୋଜନାକୁ ଜିଲ୍ଲା ବାସୀ ପ୍ରଶଂସା କରିଛନ୍ତି ।