(ଆଦର୍ଶ ରାଉତ) : ଖଣ୍ଡଗିରି ପୋଲିସ କାଲି ଆଇଟିଆର କଲେଜ ନିକଟରେ ଥିବାଏକ ଢାବାରେ ସନ୍ଦେହକରି ଚଢାଉ କରିଥିଲା । ଚଢାଉ ବେଳେ ଦୁଇଟି ଖଣ୍ଡା ସହ ଦୁଇଟି ହାତତିଆରି ସୁତୁଲି ବୋମା ଜବତ କରିବାସହ ଢାବାର ମାଲିକ କୁ ଗିରଫ କରି ତା ସହଯୋଗି ତାରେଣୀ କୁ ଗିରଫ କରିଛି କିନ୍ତୁ ଘଟଣା ସ୍ଥଳରୁ ଆଉ ୨ ଜଣ ସହଯୋଗୀ ଫେରାର ଅଛନ୍ତି ।
ସୂଚନା ଅନୁସାରେ ଢାବାର ମାଲିକ ରାଧା ମୋହନ ମିଶ୍ର ବିଭିନ୍ନ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ଥିବା ବେଳେ ତାଙ୍କ ନାମରେ ନୟାପଲ୍ଲୀ ଥାନା ଓ ଅସ୍ତରଙ୍ଗ ଥାନା ରେ ୪ ରୁ ୫ଟି ବଡ କେସ ଥିବାର ଜଣାପଡିଛି ।