(ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧନୀ ଭୂବନେଶ୍ୱର । ରାଜଧାନୀରେ ଲୋକ ସଂଖ୍ୟା ଯେତିକି ବଢୁଛି ସହି ଅନୁପାତରେ ଅପରାଧିଙ୍କ ସଂଖ୍ୟା ମଧ୍ୟ ବଢୁଛି । ଆଜି ମଧ୍ୟ ଏମିତି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠରେ । ମିଳିଥିବା ସୂଚନା ଅନୁଯାଇ ଆଜି ଅପରାହ୍ନ ୨.୧୫ମିନିଟ ସମୟରେ ଶିଶୁପାଳଗଡର ଶୁଶାନ୍ତ ଭୋଇ ନିଜ ମୋଟର ସାଇକେଲରେ ଯାଉଥିଲେ । ଟଙ୍କପାଣିରୋଡ଼ ସାଇ ମନ୍ଦିର ନିକଟରେ ଏକ କାର୍ରେ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଫୁଟାଇ ପଳାଇ ଯାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ରାଜଧାନୀ ମୂଖ୍ୟ ଚିକିତ୍ସାଳୟ ନିଆଯାଇଥିଲା , ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । । ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ।