ଉତ୍କଳ ଯାଦବ ମହାସଭା ଅନୁଷ୍ଠିତ

(ହେମନ୍ତ କୁୁୁମାର ନାୟକ) : ଗତ କାଲି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହାସଭାରେ ଗତ ୨୪ତାରିଖ ଦିନ ଏକ ସଭା ମଞ୍ଜରେ ଜୁନାଗଡ ବିଧାୟକ କ୍ୟାଷ୍ଟନ ଦିବ୍ୟଶଂକର ମିଶ୍ର ଜଣେ ଦିବ୍ୟାଙ୍ଗ ଯାଦବ ଟଙ୍କଧର ଖର୍ସେଲଙ୍କୁ ସଭାମଞ୍ଜରେ ହତ୍ୟା ଧମକ ଦେଇଥିଲେ । ଏହି ପରିପ୍ରେକ୍ଷିରେ ଆଜି ଉତ୍କଳ ଯାଦବମହାସଭାର ଆହ୍ୱାନ କ୍ରମେ ହଜର ହଜାର ସଂଖ୍ୟାରେ ଯାଦବମାନେ ଭବାନିପାଟଣାଠାରେ ସ୍ୱାଭିମାନ ସମାବେଶରେ ଏକତ୍ରିତ ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଜୁନାଗଡା ବିଧାୟକ କ୍ୟାପ୍ଟନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ । ଶ୍ରେଷ୍ଠ ବିଧାୟକ ପୁରସ୍କାର ୨୦୧୫ (ଗୋପବନ୍ଧୁ ସମ୍ମାନ) ପ୍ରତ୍ୟାହତ କରାଯାଇ ଦଳରୁୁ ବାହାର କରାଯାଉ । ଧର୍ମଗଡ ଥାନାରେ ଦିବ୍ୟାଙ୍ଗ ଯାଦବ ଟଙ୍କଧର ଖର୍ସେଲଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମ ପ୍ରତ୍ୟାହାର କରାଯାଉ । ଦିବ୍ୟାଙ୍ଗ ଯାଦବ ଟଙ୍କଧର ଖର୍ସେଲଙ୍କୁ ବିଭିନ୍ନ ସରକାରୀ ସାହାଯ୍ୟ ଓ ସହାୟତା ପ୍ରଦାନ କରାଯାଉ ।

ଉକ୍ତ ମହାସଭାରେ ଦିନେଓ କୁମାର ଯାଦବ ଅଲ୍ ଇଣ୍ଡିଆ ଯାଦବ ମହାସଭା ର ସଭାପତି ଡମମ୍ବରୁୁଧର ମହଜଲ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ବିରଞ୍ଚିଦର୍କା ଓ ରାଜ୍ୟର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସି୍ଥତ ହୋଇଥିଲେ ।