ରାଜଧାନୀରୁ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

(ଆଦର୍ଶ ରାଉତ)ଭୁବନେଶ୍ୱର: ପୁଣି ଥରେ ରାଜଧାନୀରୁ ବ୍ରାଉନସୁଗାର ଜବତ । ଆଜି କମିଶନରେଟ ପୋଲିସ କୈାଣସି ସୂତ୍ରରୁ ଖବର ପାଇ କୁଖ୍ୟାତ ବ୍ରାଉନସୁଗାର ଡିଲର ଆଡ୍ଡାରେ ଚଢାଉ କରିଥିଲା । ଏହାପରେ ସେଠାରୁ ୨୫୦ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଡିଲରକୁ ଗିରଫ କରିଛି ପୋଲିସ । ଏହି ବ୍ରାଉନସୁଗାର ଡିଲର ବିଭିନ୍ନ ଏଜେଣ୍ଟଙ୍କୁ ବ୍ରାଉନସୁଗାର ସପ୍ଲାଏ କରି ବିକ୍ରି କରିବା ପାଇଁ କହୁଥିବା ଜଣାପଡ଼ିଛି । ଜବତ ହୋଇଥିବା ୨୫୦ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି ।