ଦଶହରା ପାଇଁ ବିଏମସିର ପ୍ରସ୍ତୁତି ବୈଠକ

(ହରପ୍ରସାଦ ବିଷୋୟୀ)ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ବିଏମସିର ପ୍ରସ୍ତୁତି ବୈଠକ । ଆସନ୍ତା ମାସ ୪ ତାରିଖରେ ପଡ଼ିବ ଦଶହରା । ଏଥି ନେଇ ଏବେ ଠାରୁ ଭୁବନେଶ୍ୱରର ସମସ୍ତ ଦୁର୍ଗା ପୂଜା ମଣ୍ଡପରେ କାମ ଆରମ୍ଭ ହୋଇଗଲାଣି । ତେବେ ଏଥିନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସମସ୍ତ ପୂଜା କମିଟିକୁ ଡ଼ାକି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟତଃ ସମସ୍ତ ୱାର୍ଡ଼ର ଡ଼୍ରେନେଜ,ଇଲେକ୍ରିସିଟି, ରାସ୍ତା ,ପାର୍କି ଭଳି ବିଭିନ୍ନ ସମସ୍ୟାରେ କିଭଳି ସୁଧାର ଅଣାଯାଇପାରିବ ସେ ନେଇ ବୈଠକରେ ସମସ୍ତେ ମତ ରଖିଥିଲେ । ଏବଂ ଏଥର ପୂଜାରେ ପଲିଥିନ ବ୍ୟାନ କରିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସବୁ ସିଟି ଇଂଜିନିୟର ସମସ୍ତ ପୂଜା ମଣ୍ଡପ ବୁଲି ତଦାରଖ କରିବେ ବୋଲି ବିଏମସି କମିଶନର ପ୍ରେମ ଚାନ୍ଦ ଚୌଧୁରୀ । ଏହା ସହ ବୈଠକକୁ ଆସିଥିବ।। ସମସ୍ତ ପୂଜା କମିଟିର ସଦସ୍ୟ ମାନେ ମଧ୍ୟ ନିଜର ମତ ରଖିଥିଲେ ।