(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠ ଛୁଇଁବାର ମାତ୍ର ୨.୧ କିଲୋମିଟର ପୂର୍ବରୁ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାକୁ ନେଇ ଗତକାଲି କେତେକାଂଶରେ ଭାରତବାସୀ ଆହତ ହୋଇଥିଲେ । କିନ୍ତୁ ଆଜି ଇସ୍ରୋ ଅଧ୍ୟକ୍ଷ କେ ଶିବନ ଏକ ସୁଖଦ ସୂଚନା ପ୍ରଦାନ କରିଛନ୍ତି । ଇସ୍ରୋ ବିକ୍ରମର ପତ୍ତା ଲଗାଇଛି । ଅର୍ବିଟରୁ ବ୍ରିକ୍ରମର ଫଟୋ ମିଳିଛି । ତେବେ ବିକ୍ରମ ସହ ଯୋଗାଯୋଗ ସ୍ଥାପନ ହେବା ସମ୍ଭବ ହୋଇନାହିଁ । ଯୋଗାଯୋଗ ସ୍ଥାପନ ପାଇଁ ଇସ୍ରୋ ତାର ପ୍ରୟାସ ଜାରି ରଖିଛି ଓ ଆମେ ସଫଳ ହେବୁ ବୋଲି କହିଛନ୍ତି ଶିବନ ।