ପକ୍କା ସଡକ ଓ ବିଶୁଦ୍ଧ ପାନୀୟ ଜଳ ଦାବି ରେ ଉପଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ

(ସୁନିଲ କୁମାର ମହାନ୍ତି) : ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ କି ପାନୀୟ ଜଳର ବି ସୁବିଧା ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁଷର ପଞ୍ଚାୟତରେ ।

ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁଷର ପଞ୍ଚାୟତ ର ଅବହେଳିତା ଯୋଗୁଁ ବାଜପୁର, ଗୁଆପଦା ଓ ଜଗନ୍ନାଥ ପୁର କୁ ରାସ୍ତା ନଥିବାରୁ ଯିବା ଆସିବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଣ୍ଡାରିି ମୁଣ୍ଡା ଠାରୁ ବାଜପୁର – ଗୁଆପଦା ଦେଇ କୋରାଣ୍ଡି ଜୋର ଉପରେ ପୋଲ ନିର୍ମାଣ କରିବା ସହ ଗାଁ ପର୍ଯ୍ୟନ୍ତ ପକ୍କା ସଡକ ନିର୍ମାଣ କରିବା ଦାବିରେ ଗତକାଲି ବାଜିପୁର କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଥିଲା । ସ୍ଥାନୀୟ ଖେଳପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ଗାନ୍ଧୀ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।

ଏହି ବିକ୍ଷୋଭରେ ବିଶ୍ୱନାଥ ପ୍ରଧାନ ଏସୟୁସିଆଇ ଜିଲ୍ଲା କମିଟି ସଭ୍ୟ ତଥା ଆଠମଲ୍ଲିକ ଯାନ ଜୀବନ ସୁରକ୍ଷା କମିଟି ର ଆବାହକ ବସି ଭୋଇ, ଜଗନ୍ନାଥ ମହାକୁଡ, ଅଜିତ ପ୍ରଧାନ, ଇନ୍ଦିରା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଯଦି ଆଗାମୀ ଦିନରେ ପ୍ରଶାସନ ଦାବି ପୂରଣ ନ କରନ୍ତି ତେବେ ପ୍ରଶାସନକୁ ଅଚଳ କରି ଦେବାକୁ ଚେତାବନୀ ଦେଇ ଗଣବିକ୍ଷୋଭ ପ୍ରତ୍ୟାହାର କରିଯାଇଥିଲା ।