(ହରପ୍ରସାସ ବିଶୋଇ / ରିପୋର୍ଟସ ଟୁଡ଼େ ) : ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କୁ ବାତିଲ କରିବା ଅତ୍ୟନ୍ତ ର୍ଦୁଭାଗଜନକ । ଏକ ଛତ୍ରବାଦ ମନୋବୃତ୍ତି ନେଇ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀ ମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଗଣତନ୍ତ୍ରର ପ୍ରୟୋଗ ଶାଳା ଯେଉଁଠି ଛାତ୍ରଛାତ୍ରୀ ମାନେ ଗଣତନ୍ତ୍ର ର ପ୍ରଥମ ଅନୁଭବ ନେଇଥାନ୍ତି ତାକୁ ରାଜ୍ୟ ସରକାର ଜାଣିଶୁଣି ଛାତ୍ର ନେତୃତ୍ୱରୁ ରୋକିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ଏହାକୁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଛାର ସଭାପତି ଟଙ୍କଧର ତ୍ରିପାଠୀ ନିନ୍ଦା କରିଛନ୍ତି ।