ପ୍ରଦୂଷଣ ହ୍ରାସ ପ୍ରତିବାଦରେ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

( ମନିଲ କୁମାର ମହାରଣା ) : କୋଇଲା ଟ୍ରକ ଜନିତ ପ୍ରଦୂଷଣକୁ କମାଇବା ତଥା ଟ୍ରକ ବେଗ ହ୍ରାସ କରିବା, ନିୟମିତ ପାଣି ସିଞ୍ଚନ, ରାସ୍ତା କଡର ଧୂଳିଗୁଣ୍ଡ କୁ ସଫା କରିବା ଦାବିରେ ଆଜି ଛାତ୍ରଛାତ୍ରୀ ମାନେ ତାଳଚେର କଲେଜ ସାମ୍ନାରେ ଥିବା ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଧାରଣାରେ ବସିଛନ୍ତି କ୍ଷ ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର କୋଇଲା ବୋଝେଇ ଟ୍ରକ ଯାତାୟତ କରୁଥିବାରୁ ସବୁ ସମୟରେ ଧୂଳି ଓ ଧୂଆଁରେ ଅଣ ନିଶ୍ୱାସୀ ହୋଇପଡୁଛନ୍ତି ଛାତ୍ରଛାତ୍ରୀ । କଲେଜ ଯିବା ଆସିବା ସମୟରେ ଅତ୍ୟଧିକ ଟ୍ରକ ଚାଳନା ଯୋଗୁଁ ବାଧା ଉପୁଯିବା ସହ ବିଭିନ୍ନ ସମୟରେ ଛୋଟ ଓ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ କଲେଜ ରାସ୍ତାରେ ଜଳ ଛିଞ୍ଚନ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ଏ ନେଇ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ଆଜି କଲେଜ ସମୁଖରେ ଥିବା ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଧାରଣାରେ ବସିଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ସହ ସହ ଭାରି ଜାନ ଓ ଗାଡି ମଟର ଛିଡା ହୋଇ ରହିଛି ।

ତେବେ ଏ ନେଇ ତାଳଚେର ଉପଜିଲ୍ଲାପାଳଙ୍କ ସହ ଛାତ୍ରଛାତ୍ରୀ ମାନେ ଆଲୋଚନା କରିବା ପରେ ସାତ ଦିନ ମଧ୍ୟରେ ଦାବି ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା ।