ମହିଳାଙ୍କୁ ମାଡ଼ ମାରି ଲୁଟି ନେଲେ ପାଞ୍ଚ ଲକ୍ଷ  ଟଙ୍କାର ସୁନା ଅଳଙ୍କାର…

ମହିଳାଙ୍କୁ ମାଡ଼ ମାରି ଲୁଟି ନେଲେ ପାଞ୍ଚ ଲକ୍ଷ  ଟଙ୍କାର ସୁନା ଅଳଙ୍କାର । ଏଭଳି ଘଟଣା ସାମ୍ନାକୁ ଆସିଛି ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ । ନିଆଳ ହାଟ ନିକଟରେ ଥିବା ଧର୍ମଜୟ ନନ୍ଦଙ୍କ ମାଉସୀ ପୁଅର ବାହାଘର ସରିଥିବା ବେଳେ ଲୁଟେରା ମାନେ ଗତ ରାତିରେ ତାଙ୍କ ଘର ସିଡିଘର ଆଜବେଷ୍ଟସ ତାଢ଼ି ଘରେ ପଶି ଧର୍ମଜୟଙ୍କ ମା ଙ୍କ ବେକରୁ ସୁନା ଚେନ ଲୁଟିନେବା ପରେ ଧର୍ମଜୟଙ୍କ ମୋବାଇଲ ଓ 25 ହଜାର ଟଙ୍କା ଲୁଟିନେଇଥିଲେ ।

ଧର୍ମଜୟଙ୍କ ପତ୍ନୀ ଶୁଭଶ୍ରୀଙ୍କ ବେକରୁ ଲୁଟେରା ମାନେ ଚେନ ଲୁଟିନେବାକୁ ଉଦ୍ୟମ କରିବା ବେଳେ ଶୁଭଶ୍ରୀ ପ୍ରତିବାଦ କରି ଲୁଟେରାଙ୍କ ଆଂଗୁଠି କାମୁଡି ଦେଇଥିଲେ । ଲୁଟେରା ମାନେ ଶୁଭଶ୍ରୀଙ୍କ ଆଖିକୁ ଆକ୍ରମଣ କରି ମାରିଦେବାକୁ ଧମକ ଦେଇ ତାଙ୍କ ନିକଟରୁ ସୁନା ଗହଣା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ଧର୍ମଜୟ ଆଳି ଥାନାରେ ଅଭିଯୋଗ କରିଛନ୍ତି ।