ପୁଂଲ ତୋଳିବାକୁ ଯାଇ ଦୁଇ ଭଉଣୀଙ୍କ ସଲିଳ ସମାଧି

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିଠୁ ଆରମ୍ଭ ହୋଇଛି ମା ମଙ୍ଗଳାଙ୍କ ଓଷା ବା ଖୁଦୁରୁକୁଣୀ ଓଷା । ଆଜି ଏହାର ପ୍ରଥମ ପାଳି ଓଷା । ଝିଅ ମାନେ ଭାଇ ଉଦ୍ଦେଶ୍ୟରେ କରିବେ ଓଷା । ଏନେଇ ଝିଅଙ୍କ କ୍ଷେତ୍ରରେ ଉତ୍ସାହ ଓ ଖୁସିର ମାହୋଲ ଦେଖିବାକୁ ମିଳିଛି । ହେଲେ ଏହି ମଧ୍ୟରେ ଏକ ଦୁଃଖଦ ଖବର ଣୁଣିବାକୁ ମିଳୁଛି । ଖୁଦୁରୀକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଦୁଇ ଭଉଣୀ ନଦୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ।
ଏପରି ଘଟଣା ଘଟିଛି ସାଲେପୁର ନିକଟସ୍ଥ କିଶନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ଗ୍ରାମରେ । ଖୁରୁରୁକୁଣୀ ଓଷା ଥିବାରୁ ତିିନି ଭଉଣୀ ସ୍ଥାନୀୟ ନଦୀ କୂଳକୁ ଯାଇଥିଲେ । ସେଠାରେ ଫୁଲ ତୋଳିବା ସମୟରେ ଏହି ଅଘଟଣ ଘଟିଥିଲା । ଅନ୍ୟମନସ୍କ କାରଣରୁ ସେମାନେ ନଦୀରେ ବୁଡ଼ି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯାହାକି ଆଜି ପରି ଭଲ ଦିନରେ ପରିବାର ପାଇଁ ଦୁଃଖଦ ଖବର ଆଣିବା ସହ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।