(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୁଣି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି । ତାଙ୍କ ନାମ ସନ୍ଦୀପ ଥାପ୍ପା । ସନ୍ଦୀପ ରାଜୋରୀର ନୌସେରା ସେକ୍ଟରରେ ମୁତୟନ ଥିଲେ । ଆଜି ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିମାଡ କରାଯାଇଥିଲା । ଏଥିରେ ସନ୍ଦୀପ ସହିଦ ହୋଇଯାଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳଣା ଜାରି ରହିଛି ।
ଜାମ୍ମୁ କାଶ୍ମୀରର ବାରମୁଳା, ରାଜୌରି ଏବଂ ପୁଞ୍ଚ୍ ଜିଲ୍ଲାସ୍ଥିତ ଏଲ୍ଓସିରେ ପାକ୍ ସେନା ଗୁରୁବାରଠାରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ବର୍ଷା କରୁଛି। ଭାରତୀୟ ସେନାର ପାଲଟା ଜବାବରେ ୪ ପାକ୍ ରେଂଜର୍ସ ନିହତ ହୋଇଥିଲେ । କିନ୍ତୁ ଏଲ୍ଓସିରେ ସୈନ୍ୟ ମୁତୟନ ବଢ଼ାଇ ଦିଆଯାଇଥିବାରୁ ଏହି ସ୍ଥିତିକୁ ସଠିକ୍ ଭାବେ ମୁକାବିଲା କରାଯାଇଥିବା ଜଣାପଡ଼ିଛି। ଏଲ୍ଓସି ନିକଟରେ ପାକିସ୍ତାନ ବିପୁଳ ସଂଖ୍ୟା ସୈନ୍ୟ ମୁତୟନ କରିଥିବାରୁ ଏହା ଉପରେ ଭାରତର ସତର୍କ ନଜର ରହିଛି।