(ପ୍ରିୟଦର୍ଶନୀ ସ୍ୱାଇଁ): ପୁଣି ଚର୍ଚ୍ଚାରେ ଡ଼୍ରାମା କୁଇନ ରାକ୍ଷୀ ସାୱନ୍ତ । ଏଥର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ । ବରଂ ଦୀପକ କଲାଲଙ୍କ କଟାକ୍ଷକୁ ନେଇ ଆରମ୍ଭ ହୋଇଛି ବିବାଦୀୟ ଚର୍ଚ୍ଚା । ଦୀପକ ରାକ୍ଷୀଙ୍କ ବିବାହ କଥା ଶୁଣି ପ୍ରଥମେ ଏକ ଭିଡ଼ିଓ ସେୟାର କରିଥିଲେ । ଯାହାର ଉତ୍ତର ରଖିନଥିଲେ ରାକ୍ଷୀ । ପୁଣି ଏବେ ଆଉ ଏକ ଭିଡିଓ ସେୟାର କରିଛନ୍ତି ଦୀପକ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସେ ରାକ୍ଷୀଙ୍କ ସ୍ୱାମୀକୁ ହିଞ୍ଜଡ଼ା କହିଛନ୍ତି । ଏତତ ବ୍ୟତୀତ ଦୀପକ କହିଛନ୍ତି କି ରାକ୍ଷୀ ମାତେ ବିବାହ କର । ମୁଁ ତୁମକୁ ବହୁତ ଖୁସିରେ ରଖିବି । ଏହାର ପ୍ରତିଉତ୍ତ୍ୟୁରରେ ରାକ୍ଷୀ ଦୀପକଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏପରି କି ରାକ୍ଷୀ ଦୀପକକୁ କୁକୁର ଠାରୁ ଆରମ୍ଭ କରି ଭିକାରୀ ପର୍ଯ୍ୟନ୍ତ କହିଛନ୍ତି । ରିତେଶର ପାଦଧୂଳି ସହ ବି ଦୀପକ ସମାନ ନୁହଁ ବୋଲି ମଧ୍ୟ ରାକ୍ଷୀ ପ୍ରକାଶ କରିଛନ୍ତି ।
ରାକ୍ଷୀଙ୍କ ଲୁଚାଛପା ବିବାହକୁ ନେଇ ଦୀପକ କ୍ରୋଧିତ ହୋଇଯାଇଛନ୍ତି । ଏନେଇ ଦୀପକ ଇନଷ୍ଟ୍ରାରେ ଦୁଇଟି ଭିଡ଼ିଓ ସେୟାର କରିଛନ୍ତି । ସେ ରାକ୍ଷୀଙ୍କ ନାଁରେ ଏକ ୪କୋଟି ଟଙ୍କା ଖାଇ ଦେଇଥିବା ଅଭିଯୋଗ ହୋଇଛି ।
https://www.instagram.com/p/B1Bug7Vn5oM/?utm_source=ig_web_button_share_sheet
https://www.instagram.com/p/B1BvKjHnilI/?utm_source=ig_web_button_share_sheet