ଏସିଆନ ଗେମ୍ସର ଦ୍ୱିତୀୟ ଦିନରେ ଭାରତକୁ ମିଳିଲା ରୌପ୍ୟ ପଦକ

(ରିପୋଟର୍ସ ଟୁଡେ ) : ଭାରତୀୟ ବନ୍ଧୁକ ଚାଳକ ଦୀପକ କୁମାର ଏସିଆନ ଗେମ୍ସର ଦ୍ୱିତୀୟ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି । ୧୦ ମିଟର ଏଆର ରାଇଫଲରେ ଫାଇନାଲରେ ୨୪୭.୭ ଅଙ୍କ ହାସଲ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି, ଯେତେବେଳେ କି ଚୀନର ସୁଟର ୟାଙ୍ଗ ହାଓରାନ ଏସିଆନ ଗେମ୍ସର ରେକଡ ଅଙ୍କ ୨୪୯.୧ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚୀନର ତାଇପେଇର ଲୁ ଶାଓଚୁଆନ ୨୨୬.୮ ଅଙ୍କ ସହିତ କାଂଶ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ରବି କୁମାର ପଦକ ହାସଲ କରିପାରି ନାହାଁନ୍ତି । ସେ ଚତୁର୍ଥ ସ୍ଥାନ ଗ୍ରହଣ କରିଛନ୍ତି । ଭାରତକୁ ବନ୍ଧୁକ ଚଳନାରେ ଏହା ଦ୍ୱିତୀୟ ପଦକ ଅଟେ । ଏବେ ଭାରତକୁ ତିନିଗୋଟି ପଦକ ମିଳିସାରିଛି ।

ପ୍ରଥମ ଦିନ ରେ ଭାରତକୁ ଦୁଇଗୋଟି ପଦକ ମିଳିଥିଲା । ପେହେଲବାନ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ, ଏହା ସହିତ ବନ୍ଧୁକ ଚାଳନାରେ ୧୦ ମିଟର ଏୟାର ରାଇଫଲ୍ ମିଶ୍ରିତ ଟିମ୍ ରେ ରବି କୁମାର ଏବଂ ଅପୂର୍ବା ଚନ୍ଦେଲା ଯୋଡି କାଂଶ୍ୟ ପଦକ ହାସଲ କରିଥିଲେ ।