ଅଜଣା ଗାଡି ଧକ୍କାରେ ଜଣେ ମୃତ

(ସର୍ବେଶ୍ୱର ପାତ୍ର): କାମାକ୍ଷାନଗର ଆଳତୁମା ଉଚ୍ଚ ବିଦ୍ୟାଳୟ ନିକଟରେ ଆଜି ରାତି ୮ଟା ୪୫ ସମୟରେ ଏକ ଅଜଣା ଗାଡି ଧକ୍କାରେ ଆଳତୁମା ଗ୍ରାମର ବଣୁଆ ନାୟକ (୫୦ବର୍ଷ) ଙ୍କର ଘଟଣା ସ୍ଥଳରେ ମୃତୁ ହୋଇଥିଲା ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି । ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ମାନେ ଜାତୀୟ ରାଜପଥ ୫୩ ଅବରୋଧ କରିବା ସାଙ୍ଗକୁ ରାସ୍ତା ଉପରେ ଥିବା ୫ରୁ ଅଧିକ ଟ୍ରକ କୁ ଲୋକମାନେ ଭାଙ୍ଗିଦେଇଥିଲେ । ସ୍ଥାନୀୟ ପୋଲିସ ଓ ଏସଡିପିଓ ସୁପ୍ରସନ ମଲ୍ଲୀକଙ୍କୁ ମଧ୍ୟ ପେଲା ଠେଲା କରିଥିବା ଜଣାପଡିଛି ।