(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ରାହୁଲ ଗାନ୍ଧୀ ନିର୍ବାଚନୀ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବୟାନ ଦେଇଥିବାରୁ ସେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ରାହୁଲ ମଧ୍ୟପ୍ରଦେଶର ସାହଦୋଲ୍ଠାରେ ଜନସାମବେଶକୁ ସମ୍ବୋଧିତ କରିବା ସମୟରେ କହିଥିଲେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ନିୟମ ବାହର କରିଛନ୍ତି। ମୋଦିଙ୍କ ନିୟମ ଅନୁଯାୟୀ, ଆଦିବାସୀମାନଙ୍କୁ ଗୁଳି ମରାଯାଇ ପାରିବ। ରାହୁଲ ଏପରି କାହିଁକି କହିଲେ ତାହାର ଉତ୍ତର ୪୮ ଘଣ୍ଟା ଭିତରେ ଦେବାକୁ ନିର୍ବାଚନ କମିଶନ୍ ନୋଟିସ୍ ଜାରି କରି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ରାହୁଲ ସୁପ୍ରିମ୍କୋର୍ଟରେ ରାଫେଲ୍ ମାମଲାର ଶୁଣାଣି କାଳରେ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ତାଙ୍କୁ ଏକ ନୋଟିସ୍ ହୋଇଥିଲା। ରାଫେଲ ଡିଲକୁ ନେଇ କୋର୍ଟ କେନ୍ଦ୍ରକୁ କ୍ଲିନ ଚିଟ ଦେବା ପରେ କିଛି ଦଳ ଏହାର ପୁନର୍ବିଚାର ପାଇଁ ଅନୁରୋଧ କରିଥିଲେ । କୋର୍ଟ ଏହାର ସମୀକ୍ଷା ପାଇଁ ସ୍ୱୀକୃତି ଦେବା ପରେ ଏକ୍ ପ୍ରଚାର ସମୟରେ ରାହୁଲ କହିଥିଲେ ସୁପ୍ରିମ୍କୋର୍ଟ ବି ମାନିବାକୁ ଲାଗିଲେଣି ଯେ ଚୌକିଦାର ଚୋର୍ ହୈ’।