ରାଶି ଦିଏ ବ୍ୟକ୍ତିତ୍ୱର ପରିଚୟ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ରାଶିରୁ ଜଣେ ବ୍ୟକ୍ତିଙ୍କ ଖରାପ ଏବଂ ଭଲ ଗୁଣ ମଧ୍ୟ ଜଣାପଡିଥାଏ। ଏନେଇ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ବଭାବ ବିଷୟରେ କହିବାକୁ ଯାଉଛୁ।
-କୁମ୍ଭ ରାଶିର ବ୍ୟକ୍ତି ପରୋପକାରୀ ହୋଇଥାନ୍ତି। ଏମାନେ ସାଧାରଣତଃ ମାନବ ଏବଂ ସମାଜ ସେବା କରିବାକୁ ଭଲ ପାଆନ୍ତି। ଏହି ରାଶିର ବ୍ୟକ୍ତି ଭାବନାତ୍ମକ ହୋଇଥାନ୍ତି। ନିଜର ଜୀବନରେ ସ୍ବତନ୍ତ୍ର ବିଚାରକୁ ପସନ୍ଦ କରିଥାନ୍ତି। କୁମ୍ଭ ରାଶିର ବ୍ୟକ୍ତି ଖୁବ ଜିଦଖୋର ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ସମୟ ଅନୁଯାୟୀ ସ୍ବଭାବ ପରିବର୍ତ୍ତନ ହୋଇଥାଏ। ଏମାନେ କେତେବେଳେ କେଉଁ ବ୍ୟକ୍ତି ପାଇଁ କଣ ମତ ରଖିବେ ତାହା କାହାକୁ ମଧ୍ୟ ଜଣାନଥାଏ
ସହାନୁଭୁତି, ସମ୍ବେଦନଶୀଳ, ଦାର୍ଶନିକତା, ବନ୍ଧୁତା ଆଦି ଏହି ରାଶି ବ୍ୟକ୍ତିଙ୍କ ଖାସ ଗୁଣ ରହିଥାଏ। ଏମାନେ ଅଧିକ ଲୋକଙ୍କ ସହ ମିଶିବାକୁ ଭଲ ପାଆନ୍ତି ନାହିଁ। ଏକୁଟିଆ ରହିବାକୁ ଅଧିକା ପସନ୍ଦ କରିଥାନ୍ତି। କୌଣସି ନୂତନ କଥା ବା ଜିନିଷ ଶିଖିବାପାଇଁ ସର୍ବଦା କୁମ୍ଭ ରାଶି ବ୍ୟକ୍ତି ମନରେ ଇଛା ରହିଥାଏ। କିନ୍ତୁ କୌଣସି କିଛିକିଛି ପରିସ୍ଥିତିରେ କଥାକୁ ଶୀଘ୍ର ବୁଝିବାକୁ ଚେଷ୍ଟା କରନ୍ତି ନାହିଁ
ଏମାନେ କୌଣସି ଜିନିଷ ବା ବ୍ୟକ୍ତିଙ୍କୁ ନେଇ କିଛି ଖୁବ ଶୀଘ୍ର ନିର୍ଣ୍ଣୟ ନେଇଥାନ୍ତି। ଏବଂ ନିର୍ଣ୍ଣୟ ନେଇଥିବା ନିଜ ଭାବନା ଏବଂ ନିଷ୍ପତିକୁ ସହଜରେ ବଦଳନ୍ତି ନାହିଁ। କୁମ୍ଭ ରାଶିର ବ୍ୟକ୍ତି ଖୁବ ଶୀଘ୍ର କାହା ପ୍ରତି ଆର୍କଷିତ ହୋଇଯାଆନ୍ତି। ଏପରିକି ଏମାନେ ନିଜ ସଂପର୍କକୁ ନେଇ ଅଧିକ ଗମ୍ଭୀର ରହିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଭଲପାଇବା ଅର୍ଥାତ୍ ତାଙ୍କର କାଳ୍ପନିତ ଏବଂ ରାଚନାତ୍ମକ ଭାବନାକୁ ବୁଝିବା ନିହାତି ଆବଶ୍ୟକ।
ଏହି ରାଶିର ବ୍ୟକ୍ତି ମନ ଏବଂ ମସ୍ତିଷ୍କରୁ ପ୍ରେମ କରିଥାନ୍ତି। ନିଜ ସାଥିଙ୍କ ପାଇଁ ସବୁକିଛି ଉଚିତ କରିବାକୁ ଚେଷ୍ଟା କରିଥାନ୍ତି।