ନମସ୍କାର କରିବାର କାରଣ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଭାରତୀୟ ପରମ୍ପରା ସବୁଠାରୁ ଭିନ୍ନ । ବଡ଼ମାନଙ୍କୁ ବା ଭଗବାନ ଙ୍କୁ ଦେଖିଲେ ଆମେ ଭାରତୀୟମାନେ ହାତ ଯୋଡ଼ି ନମସ୍ମାର କରିଥାଉ । ଏହା ସମ୍ମାନ ସୁଚକ ହୋଇଥିବା ବେଳେ ଏହା କାହିଁକି କରାଯାଏ ବୋଲି ପ୍ରଶ୍ନ ଉଠେ ।ନମସ୍କାର କରିବା ସମୟରେ ହିଁ କାହିଁକି ହାତ ଯୋଡ଼ାଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ଏପରି କାହିଁକି କରାଯାଏ ।
ଭାରତୀୟ ଶାସ୍ତ୍ର ଅନୁସାରେ ଏହା ଏକ ପ୍ରକାରର ମୁନ୍ଦ୍ରା ଅଟେ ଯାହାର ଦାମ ହେଉଛି ଅଭୟ ମୁନ୍ଦ୍ରା । ଏହି ମୁନ୍ଦ୍ରା ଏକ ପ୍ରକାରର ସମ୍ମାନ ଦେବାର ସଙ୍କେତ ହୋଇଥାଏ । ଏହି ମୁଦ୍ରାରେ ଭଗବାନ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରନ୍ତି ବୋଲି ମଧ୍ୟ ବୃତ୍ତାନ୍ତ ରହିଛି । ଆୟୁାର୍ବେଦ ଶାସ୍ତ୍ର ଅଦୁସାରେ ମଧ୍ୟ ନମସ୍କାର କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ ଆମକୁ ମାନସିକ ଶାନ୍ତି ମିଳିପାରିଥାଏ ।
ହାତରେ ଥିବା ଆକ୍ୟୁପ୍ରେସର ଦ୍ୱାରା ଏହା ସିଧାସଳଖ ଆମ ମସ୍ତିଷ୍କ ଉପରେ ସୁପ୍ରଭାବ ପକାଇଥାଏ ଯାହା ଦ୍ୱାରା ଆମେ ଖୁସି ରହିଥାଉ । ହାତ ଯୋଧଇକା ଦ୍ୱାରା ବିନମ୍ର ଭାବ ଅନ୍ୟମାନଙ୍କ ଆଗରେ ପ୍ରକାଶ ପାଇଥାଏ । ଏଣୁ ହାତ ଯୋଡ଼ି ନମସ୍କାର କରାଯାଏ ।