ଗୁଆ ଖାଆନ୍ତୁ , ମଧୁମେହ ହଟାନ୍ତୁ …

( ଭୁବନେଶ୍ୱର / ରିପୋର୍ଟସଟୁଡେ): ସାଧାରଣତଃ ଗୁଆ ଚୋବାଇଲେ ମୁଖ ଗହ୍ବର କର୍କଟ ଆଶଙ୍କା ଥାଏ ବୋଲି କୁହାଯାଏ। ହେଲେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିିଛି ଗୁଆ ଖାଇଲେ ଆହୁରି କିଛି ଲାଭ ମିଳିଥାଏ। ବିଶେଷଜ୍ଞଙ୍କ କହିବା କଥା ହେଲା ଗୁଆରେ ରହିଛି ଆଣ୍ଟି ବ୍ୟାକ୍ଟେରିଆଳ୍‌ ତତ୍ତ୍ୱ।

-ଗୁଆ ଚୋବାଉଥିବା ବ୍ୟକ୍ତିଙ୍କ ପାଟିରୁ ସର୍ବଦା ଲାଳ ବାହାରିଥାଏ। ଏହା ଟୁଥପେଷ୍ଟ ଭଳି କାମ କରିବା ସହ ପାଟିରେ ଥିବା ବ୍ୟାକ୍ଟେରିଆଙ୍କୁ ମାରି ଦେଇଥାଏ।
-ଗୁଆ ଖାଇ ପାଟିରୁ ଲାଳ ବାହାର କରୁଥିବା ବ୍ୟକ୍ତିଙ୍କୁ ମଧୁମେହ ଆଶଙ୍କା କମ୍‌ ଥାଏ ବୋଲି କୁହାଯାଏ।
-ଗର୍ଭବତୀମାନେ ଗୁଆ ଖାଇଲେ ଏନିମିଆ ବା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ। ଏହା ସହ ରକ୍ତ ଶର୍କରାର ସ୍ତର ଠିକ୍‌ ରହିଥାଏ।