ଅଭିନେତ୍ରୀ ସୋମାଲିନ୍‌ ପରିଡ଼ାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ରୋମିଓ ଲେନ୍‌ରେ କ’ଣ ଘଟିଥିଲା ?

ଭୁବନେଶ୍ୱରର ରୋମିଓ ଲେନ୍‌ରେ ଅଭିନେତ୍ରୀ ସୋମାଲିନ୍‌ ପରିଡ଼ାଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବା ପରେ ଉତ୍ତେଜନା ବଢ଼ିଥିବା ଏବଂ ବାଉନ୍ସର ଓ ମ୍ୟାନେଜମେଣ୍ଟ ସହଯୋଗ କରିନଥିବା ସେ ସୋସିଆଲ୍‌ ମିଡିଆରେ ଲେଖିଛନ୍ତି । ଭୁବନେଶ୍ୱର ରୋମିଓ ଲେନ୍‌ରେ ଅଭିନେତ୍ରୀ ସୋମାଲିନ୍ ପରିଡ଼ାଙ୍କୁ ଦୁର୍ବ୍ୟବହାର ନେଇ ହୋଇଛି ଅଭିଯୋଗ । ଏନେଇ ସୋମାଲିନ୍ ପରିଡ଼ା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରି ନ୍ୟାୟ ଦାବି କରିଛନ୍ତି ଅଭିନେତ୍ରୀ । ନିଜ ପୋଷ୍ଟରେ ସେ ଲେଖିଛନ୍ତି, ରୋମିଓ ଲେନ୍‌ରେ କିଛି ଯୁବକ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ ।

ସେ ପ୍ରତିବାଦ କରିବାରୁ ବଢ଼ିଥିଲା ଉତ୍ତେଜନା । ହେଲେ ସେଠାରେ ଉପସ୍ଥିତ ଥିବା ବାଉନ୍ସର ଓ ମ୍ୟାନେଜମେଣ୍ଟ ନିରବଦ୍ରଷ୍ଟା ସାଜିଥିଲେ । ତାଙ୍କୁ ସହଯୋହ କରିନଥିବା ଅଭିନେତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ସେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଅଭିଯୁକ୍ତ ଓ ମ୍ୟାନେଜମେଣ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ଅଭିନେତ୍ରୀ ସୋମାଲିନ୍ । ତେବେ ଏହି ଅଭିଯୋଗ ଉପରେ ପୁଲିସର ପ୍ରତିକ୍ରିୟା ଓ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।