ବହୁ ଚର୍ଚ୍ଚିତ ୨୦ ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତ ସପ୍ତାହରେ ସିଆରପିଏଫ୍ ର ଏକ ଚେକ୍ପୋଷ୍ଟ୍ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଲସ୍କର ଆତଙ୍କବାଦୀ ଲତିଫ ଭଟ୍ଟ ବୁଧବାର ସୁରକ୍ଷା ବାହିନୀ ଗୁଳିରେ ନିହତ ହୋଇଛି। ୨୦୦୨ ମସିହା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୨ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସେମାନଙ୍କୁ ମିଳିଥିବା ଆଜୀବନ ଜେଲଦଣ୍ଡ ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ସୁପ୍ରିମକୋର୍ଟଙ୍କ ଏପରି ପଦକ୍ଷେପ ପରେ ଗଣଦୁଷ୍କର୍ମ ପୀଡ଼ିତା ବିଲକିସ ବାନୋ ମୁହଁ ଖୋଲିଛନ୍ତି। ରାୟ ପୂର୍ବରୁ ତାଙ୍କୁ ଅବଗତ କରାଯାଇ ନଥିଲା କିମ୍ବା ସୁପ୍ରିମକୋର୍ଟ ତାଙ୍କ ପକ୍ଷ ଶୁଣିବାର ସୁଯୋଗ ଦେଇ ନାହାନ୍ତି। ଏହି ନିର୍ଦ୍ଦେଶ ତାଙ୍କୁ ପୁଣିଥରେ ସେହି ଭୟ ମଧ୍ୟକୁ ଠେଲି ଦେଇଛି, ଯେଉଁଥିରୁ ବାହାରିବା ପାଇଁ ତାଙ୍କୁ ଅନେକ ଦଶନ୍ଧି ଲାଗିଥିଲା ବୋଲି ବାନୋ କହିଛନ୍ତି।
୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସମୟରେ ଦୁଷ୍କର୍ମ ପୀଡିତା ବିଲକିସ ବାନୋ ୫ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା।
ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସୁପ୍ରିମକୋର୍ଟ ଏହି ୧୧ ଜଣଙ୍କ ମଧ୍ୟରୁ ବିପିନଚାନ୍ଦ ଯୋଶୀ ଓ ପ୍ରଦୀପ ମୋଢିୟା ଜାମିନ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ବେଶ ଭାବବିହ୍ୱଳ ହୋଇଯାଇଛନ୍ତି ବିଲକିସ ବାନୋ।