ପାକିସ୍ତାନ ମନ୍ତ୍ରୀଙ୍କୁ ଭାରତ ସରକାରଙ୍କ ନିମନ୍ତ୍ରଣ, ଉଠିଲାଣି ବିବାଦର ସ୍ୱର

ଭାରତ ସରକାର ଆଗାମୀ ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ (ଏସ୍‌ସିଓ)ର ସିଭିଲାଇଜେସନ ଡାଏଲଗ ଫୋରମ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛନ୍ତି। ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଏସ୍‌ସିଓ ସିଭିଲାଇଜେସନ ଡାଏଲଗ ଫରୋମ ଅନୁଷ୍ଠିତ ହେଉଛି। ଏଥିପାଇଁ ଆୟୋଜକ ଦେଶ ଭାବେ ଭାରତ ଏସ୍‌ସିଓର ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରର ସଦସ୍ୟଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଛି। ଏହା ମଧ୍ୟରୁ ଗୋଟିଏ ପାକିସ୍ତାନର ଜାତୀୟ ଐତିହ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ ମଧ୍ୟ ଦିଆଯାଇଛି। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ସୃଷ୍ଟି ହୋଇଥିବା ତିକ୍ତତା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ଏପରି ନିମନ୍ତ୍ରଣ କରିଛି ଭାରତ। ପାକିସ୍ତାନ ଜଣେ ମନ୍ତ୍ରୀଙ୍କୁ ମଧ୍ୟ ନୂଆଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ନେଇଛି।

ତେବେ ଭାରତ ସରକାରଙ୍କ ଏପରି ନିମନ୍ତ୍ରଣକୁ ନେଇ କ୍ଷୁବ୍ଧ ହୋଇଛି ବିରୋଧୀ କଂଗ୍ରେସ। ସରକାରଙ୍କ ନୀତି ଉପରେ ଦଳ ପ୍ରଶ୍ନ ଉଠାଇଛି। ପାକିସ୍ତାନ ହେଉଛି ସେହି ଦେଶ ଯିଏ ଭାରତୀୟଙ୍କୁ ମାରିବା ପାଇଁ ଆତଙ୍କବାଦୀ ପଠାଉଛି। ଏବେ ସେହି ଦେଶକୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ସେହି ଦେଶର ମନ୍ତ୍ରୀଙ୍କୁ ସରକାର ବିରିୟାନୀ ମଧ୍ୟ ପରସିବେ ବୋଲି କଂଗ୍ରେସ କହିଛନ୍ତି।